ସୃଷ୍ଟିର ଆରମ୍ଭ
ଜୀବନ ସଂଚାରେ
ଜଳର ଭୂମିକା
ଗୁରୁତ୍ଵପୂର୍ଣ୍ଣ
ଜଳ ପାଇଁ ପରା
ଜୀବନର ସୃଷ୍ଟି
ଜଳ ବିନା ଏଇ
ଜୀବନ ଶୂନ୍ୟ ।।
ଦୁବଠାରୁ ମହାବଟ
ବୃକ୍ଷ ଯାଏଁ
ପିପିଲିକା ଠାରୁ
ସମଗ୍ର ପ୍ରାଣୀ
ସଭିଙ୍କ ଜିଇଁବା
ମୂଳରେ ରହିଛି
ଜଳର ଏକ
ସୂକ୍ଷ୍ମ କାହାଣୀ ।।
ଜଳବିନା ଏଇ
ସୃଷ୍ଟିର ବିନାଶ
ବିନାଶ ପୁଣି ଏ
ଜଳ ବହୁଳେ
ତିନିଭାଗ ଜଳ
ଏକ ଭାଗ ସ୍ଥଳ
ସମସ୍ତ ବ୍ରହ୍ମାଣ୍ଡ
ବସୁଧା କୋଳେ ।।
ରୋହିତ ସେଠୀ
ଖଜୁରୀପଡା, କନ୍ଧମାଳ


0 Comments